କବିତା ୩୨
Bookmarks
Page effects
Bookmarks & underlines
Select text to underline it. Saved on this device.
Find a poem
ଗୋଟାଏ ରାଜାର ଖିଆଲ
ପରଂପରାର ମୁଚାଲିକା ହୁଏ!
ସମାନ ଉଚ୍ଚତାର
ସମାନ ଗ୍ରୀବା ବାନର ପରି
ସଂମୁଖରେ ଠିଆ ହୋଇଯାଆଂତି
ଅଧୋମୁଖ ହୋଇ
ବଂଶବଦ ପ୍ରଜାଗଣ,
ଟିକିଏ ହେଲେ ନାହିଁ
ସିଂହାସନ,
ଟିକିଏ ହଲଂତିନାହିଁ
ସଭାଜନ,
ଆଖି ପିଛଡ଼ାକେ
କାଟି ପକାଏ
ସମାଂତରାଳ ଭାବେ
ତୀକ୍ଷଣ କରବାଳ,
ସବୁ ମୁଂଡମାନ ।
ସମାନ ମଂତ୍ରର ସ୍ଵର
ସମାନ ଛଂଦରେ
ଆକାଶକୁ ଉଠେ,
ସମାନ ସାଂଦ୍ରତାରେ
ରକ୍ତନଦୀ ବହେ,
ସଭାସଦମାନଂକର
ସାଧୁ ହାସ୍ୟରୋଳ
ପବନରେ
ନିର୍ବୀର୍ଯ ହା’ ହା’ କାରମାନ
ଛାଡ଼ିଦେଇ ଯାଏ ।
Page 33
