କବିତା ୩୩
Bookmarks
Page effects
Bookmarks & underlines
Select text to underline it. Saved on this device.
Find a poem
ମହାରାଜାଂକ ଛିଂକ ପାଇଁ ନାସ
ରାଣୀହଂସପୁର ପାଇଁ
ଅତର ଓ ଝିନ ଅଂତର୍ବାସ,
ଆଉ ମହାମଂତ୍ରୀଂକ
ବ୍ରାହ୍ମଣ ମର୍ଯାଦା ପାଇଁ ବିଦାକି ପାଇଁ(?)
ଗଣି ହେଉଥିବା ଗୋଟାଏ
ମୋଟାଅଂକର ପାରିତୋଷ!
ବାସ୍,
ହୀରାର ମୂଲ୍ୟରେ
ସଉଦା ହୋଇଯିବ
ଜାହାଜେ ଅଂଗାର,
ରାଜା ମଂତ୍ରୀ ଦେଶ
କେହି ଜାଣି ନ ଥିବେ
ଖସି ଯାଇଥିବା ଗାଦି,
ବିଦେଶୀ ପଲଟଣ
ଜଗି ବସିଥିବେ
ସିଂହାସନର ଚଉହଦି ।
Page 34
