ସିଂହାସନ

Within the book

Back cover

Poem 04 of 68

କବିତା ୪

ସବୁ ସଂବାଦ
ସଂଦେହ ଘେରରେ,
ଦୂତ ସଭା ମଝିଟାରେ ।

ଶଂକିତ ସଭାଜନ,
ପାଦରେ,
ପାଦ ଶବ୍ଦରେ,
ପବନରେ,
ପବନର ହିଲ୍ଲୋଳରେ ଉଡ଼ୁଥିବା
ପତାକାରେ
ଗୁଂଜନ,
କିଏ ଅଟକାଇ ପାରିବ କହ
ରଂଗସଭାର ଆୟୋଜନ?

ଆଜ୍ଞା ପାଳନର ବିଶ୍ଵାସରେ,
ମାମୁଘର ଉଆସକୁ ଦେଖିବାର ଉଲ୍ଲାସରେ
ଫାଟିପଡ଼ୁଥିବା
ଅଲିଅଳ
ହସିଲା ବଦନ
ଓହ୍ଲାଇ ପଡ଼ୁ ପଡ଼ୁ ରଥରୁ
ପୁତନାମାନେ ଖୋଲିଦିଅଂତି
ସ୍ତନ,
ଚାରୁଣମାନଂକ କଂଠରେ
ବିଷ ଆଉ ବିଶ୍ଵାସକୁ
ଫେଂଟୁଥିବା ଖେଳର
ଆହ୍ବାନ ।
ଆଟୋପରେ
ଗଢ଼ି ଉଠୁଥିବା ମଂଚମାନ,
କ’ଣ ଗୋଟେ ଖସି
ତଳେ ପଡ଼ିଯିବା ଶବ୍ଦରେ
କେମିତି ଲୁଚିଯାଏ
ବୁଝାଇବା ନିଷ୍ପ୍ରୟୋଜନ ।

Page 05

Comments

Comments are unavailable here.

Leave a comment

Comments are public after review.

Share this poem