ସିଂହାସନ

Within the book

Back cover

Poem 48 of 68

କବିତା ୪୮

ଦସ୍ୟୁର ଲୁଂଠନ,
ମହାରାଜାଂକ ଦାନ-
ନିକିତିର ଦୁଇ ସମାନ ତରାଜୁ ନୁହେଁ ତ,
ଯେଉଁଥିରେ ଅହରହ ଓଜନ ହେଉଥାଏ
ମଣିଷର ରକ୍ତ ଓ ବିଶ୍ଵାସ?
ସେଇଥିପାଇଁ ତ ମଜା ଲାଗୁଛି
ଦେଖିବାକୁ ଛାଗଳ ଲଢ଼େଇ-
ପ୍ରଚଂଡ ପୁରୁଷ ମହାରାଜା
ଦିନେ କାରାରୁଦ୍ଧ କରିଥିଲେ
ଯେଉଁ ଦସ୍ୟୁ ନାୟିକାକୁ,
ଆଜି ସିଂହାସନ ଉପରୁ
ପ୍ରସାରିତ ବାହୁରେ
ଓହ୍ଲାଇ ଆସୁଛଂତି
ରାଜମର୍ଯାଦାରେ ପାଛୋଟି ନେବାକୁ
ନୂଆମେଘ ପରି ଦିଶୁଥିବା
ସେ ଭୂମିକନ୍ୟାକୁ,
ଜୁଆରିଆ ନଈ ପରି
ଆତଂକ ଖେଳାଇ ଦେଉଥିବା
ତା’ ପାଦର ଘୁଂଗୁରକୁ,
ସିଂହାସନ ହାତଛଡ଼ା ହୋଇଯିବାର
ନିରୁତା ଭୟକୁ ଚାପି ଅଂତର ଭିତରେ,
ଫୁଟିଲା ଫୁଲ ପରି
ଚଂଦ୍ର ଉଦିଆ ମୁଁହରେ
ଠୋ’ ଠୋ’ ହସରେ ।
ପ୍ରଜାମାନେ ଅବା କାହିଁକି
କୃପଣ ସାଜଂତେ
ମୋହରଟିଏ ମାରିଦେବାକୁ
ତୁଚ୍ଛା ବ୍ୟାଲେଟ୍ କାଗଜରେ?

Page 49

Comments

Comments are unavailable here.

Leave a comment

Comments are public after review.

Share this poem