ସିଂହାସନ

Within the book

Back cover

Poem 53 of 68

କବିତା ୫୩

“ତୁ’ ତୁ’ ଡାକିଲି ମୁହିଁ
ଦଉଡ଼ି ଆସିଲୁ କୁକୁର ତୁହି ।”
ନା ବର୍ଣ୍ଣମାଳା ଶିଖିବାର
ସହଜ ଖେଳ ଏ ନ ଥିଲା ।
ତୁ’ ତୁ’ ଡାକିଲା ମାତ୍ରେ,
ସତକୁ ସତ, ସେ ଝପଟି ଆସୁ ନ ଥିଲା,
ଆସି ଚାଟି ପକାଉଥିଲା ପାଦକୁ,
ପାଦର ଘା’କୁ,
ଲାଂଜଟେକି ଚକ୍କର ଖାଇ
ଜଣାଇ ଦେଉଥିଲା ତା’ର ବଂଶବଦତା ।
ରାଜା ହସି ଦେଉଥିଲେ
ଓ ବେଳେବେଳେ
ଡାହାଳ କୁକୁରମାନଂକ ସାମ୍ନାରେ ବି
ଆଉଁଶି ପକାଉଥିଲେ ତା’ର ପିଠିକୁ ।

ଦିନେ ରାଜା ବିଜେ କଲେ ପାରିଧିରେ,
ନଗରଲୋକ ଶୋଇଗଲେ ନିର୍ଭୟରେ ।
ବିଶ୍ଵସ୍ତ ସେବକଂକ ଭୋ’ ଭୋ’ ଗର୍ଜନ
ନ ଶୁଣିଲା ପରି
ସିଂହାସନ ପଡ଼ିଥିଲା ଖାଲି ।
ଚଲାଖ୍ କୁକୁର ମାଇନ୍ ବିଛାଇଦେଲା
ପ୍ରବେଶଦ୍ବାରରେ,
ରିମୋଟ୍ କଂଟ୍ରୋଲ ସଜାଡ଼ିଧରି ଛାତି ପକେଟରେ
ଚଢ଼ିଗଲା ଜଗତୀ ଉପରକୁ ଲହଲହ କରି ଜିଭ
ଓ ଅନାଇ ରହିଲା ରାଜାଂକ ଫେରିବା ବାଟକୁ ।

ରାଜା ଫେରିଲେ
ଓ ମୃତ୍ୟୁର ମାଇନ୍ ଫୁଟିଲା-
ଘଟଣାଟା ପ୍ରଚାର ହେଉଥିଲା ବେଳେ
ଗଣମାଧ୍ୟମରେ
କିଛି ବୁଲା କୁକୁର ଭୁକିଲେ,
ବିଶ୍ଵସ୍ତ କୁକୁର ସାଲାମ୍ ଠୁଂକିଲେ
ବିଶ୍ଵାସର ଲାଂଗୁଡ଼ ହଲାଇ
ତୁ’ ତୁ’ ଡାକ ଶୁଣିବାକୁ
ଉଚ୍ଚ ମଥାନରୁ ।

Page 54

Comments

Comments are unavailable here.

Leave a comment

Comments are public after review.

Share this poem