ସିଂହାସନ

Within the book

Back cover

Poem 57 of 68

କବିତା ୫୭

ସେମାନେ ଆସିବେ
ତୁମକୁ ଆଲୋକ ଦେବାର
ପ୍ରତିଶୃତି ଧରି ।

ସେମାନେ ଆସିବେ
ସୁନା ଇଟାର ତିଆରି ସ୍ଵପ୍ନ ମହଲକୁ
ସୁରକ୍ଷା ଦେଇସାରି,
ମୋତିମାଳ ପିଂଧା
ସୁନାଜରି ପୋଷାକର ମହାରାଣୀଂକ
ହାତରେ ହାତ ଛଂଦି,
ହୀରା ମୋତି ଖଂଜା
ସୁନା ଚପଲ ମାଡ଼ି ।

ସେମାନେ ଆସିବେ
ଓ ମାଣିକ୍ୟରେ ଆଲୁଅ
ବିଂଚି ହୋଇଯିବ
ତୁମ ଘର ଦ୍ବାର ।
ଦୟାର,
ଘୃଣାର
ହସ
ଖେଳିଯିବ ତାଂକ ମୁହଁସାରା ।
ସେଇ ମୁହୁର୍ତରେ
ଗୋଟାଏ ଗୁଳିର ଆବାଜକୁ
ଅପେକ୍ଷା କରିଥିବ ଦେଶ,
ଦୁଃଖର ଶିଳାସବୁ
ଶାଳଗ୍ରାମ ହୋଇ ଗଡ଼ିଯିବେ ନଈରେ,
କ୍ରୋଧ ଫିଂଗିଦେବ
ଯୋଡ଼ାଏ ଶବକୁ
କୀଟପତଂଗମାନଂକ
ଆହାର ପାଇଁ,
ଛଳନାର ହସ ଲିଭିଯିବ
ଆଖି ମିଟିକାରେ,
ମୁକ୍ତିର ମଂତ୍ର ଖେଳିଯିବ
ରୁଟିର ଗଂଧରେ ।

ସିଂହାସନ ପଡ଼ିରହିଥିବ
ଆର୍ତିର ଆଖିରେ,
ଆଉଜଣେ ଭିକ୍ଷାର୍ଥୀର
ଦୁର୍ବଳ ଓ ସଂଦିଗ୍ଧ ମୁହଁକୁ ଅନେଇ ।

Page 58

Comments

Comments are unavailable here.

Leave a comment

Comments are public after review.

Share this poem