ଆମ ଘର
Read the poem
ଡାକିଲି :ଆ, ଘରକୁ ଆ,
ମୋ ଘରକୁ,
ଏବେ, ଏଇ ମୁହୂର୍ତ୍ତରେ.
:ନା ଏବେ ନୁହେଁ,
ଦେଖିବା ଆଉ କେବେ.
ସେ ଡରୁଥିଲା
ନା ସୁରକ୍ଷା ଖୋଜୁଥିଲା?
ସେ ସତରେ ନଥିଲା,
ନିଜ ଭିତରେ ନଥିଲା,
ଡରୁଥିଲା ଡରକୁ,
ନିଜକୁ
ସାମ୍ନାରେ ଠିଆହୋଇ
ଧୀରେ ପାଦ ବଢ଼ାଇଲି ଆଗକୁ.
ସେ ଧରିପକାଇଲା ହାତ
ପାଦରେ ପାଦ ମିଳାଇ ଚାଲିଲା ସାଥିରେ,
ଚାହିଁଲା ଆକାଶକୁ
କହିଲା :
ତୋ ଘର ନୁହେଁ,
ମୋ ଘର ନୁହେଁ,
ଚାଲ,
ଚାଲୁ ଚାଲୁ ମହାଶୂନ୍ୟରେ
ରଚିଦେବା ଘର,
ନୂଆ ଏକ ଘର,
ଆମ ଘର.