କବିତା ୨୪
Bookmarks
Page effects
Bookmarks & underlines
Select text to underline it. Saved on this device.
Find a poem
କିଏ ପ୍ରଜା କିଏ ରାଜା?
କିଏ କପିଳା କିଏ କପିଳେଶ୍ଵର?
ହାତୀଶୁଂଢ-କଳସ ବରଷି ଦେଲେ
ଭାଗ୍ୟ ବଦଳିଯାଏ,
ଗାଈଆଳ ପିଲା ସ୍ଵପ୍ନଟିଏ ପରି
ପାଲଟିଯାଏ
ଗଜପତି ପଶୁପତିପତି ବୀରାଧିବୀରବର
ରାଜରାଜେଶ୍ଵର…।
ସିଂହାସନେ
ଅଧିଷ୍ଠିତ ହୋଇଗଲେ ଥରେ
ଆଉ ମିଳେନାହିଁ ଭେଟ
କପିଳାର ।
କାଶିଆମାନେ ସିଂହଦୁଆରୁ
ଲେଉଟିଆସିବା ଦୃଶ୍ୟ ଦେଖୁଥାଆଂତି
ଦଳେ ନିକମା ମଣିଷ,
ଯେତେବେଳେ ବିଚିତ୍ର ଠାଣିରେ
ଆକଟୁ ଥାଆଂତି
ନିଶୁଆ କଟୁଆଳ ଓ ସଶସ୍ତ୍ର ଦ୍ବାରପାଳ ।
Page 25
