ସିଂହାସନ

Within the book

Back cover

Poem 26 of 68

କବିତା ୨୬

ହତ୍ୟା ଓ ବିଭୀଷିକା ପରେ ସିଂହାସନ
ନା ଭୋଗର ମାଟିମୁଠେ ଦିଏ
ନା କେଉଁ ବୈକୁଂଠକୁ ବାଟ ସେଠି ଥାଏ!

ସାରୁଗଛ ମୂଳେ ଗେଂଗ ରଡ଼ି
ମଧୁର ମୂରଲୀ ପରି
ଛତ୍ରପତିଂକୁ ଅସ୍ତବ୍ୟସ୍ତ କରେ
ସମର୍ପି ଦେବାପାଇଁ ଅଂଗବସ୍ତ୍ର
କୁକୁଡ଼ା ଲଢ଼େଇର ପାଶବିକତାରେ,
ଷଡ଼ଚକ୍ର ସାଧନାରେ
ଯୋଗିନୀର ଯୋନି ପୂଜାରେ,
ବଳିଦାନରେ ।

ଏପରି ଉଦ୍ଦଂତ ମୁହୁର୍ତର ଦରବାରେ
କିଏ ପହଂଚାଇ ପାରିବ ବାର୍ତା?-
ପ୍ରାସାଦ ବାହାରେ
ମହାରାଜାଂକ ବିଚାର ଅପେକ୍ଷାରେ
ପ୍ରଜାଗଣ,
ଉଠିଆସେ ନତୁବା ପ୍ରତ୍ୟକ୍ଷ କର
ସେମାନଂକ ଭୋକର ନିଆଁରେ
ଗୋଟାଏ ରାଜାର ମରଣ ।

Page 27

Comments

Comments are unavailable here.

Leave a comment

Comments are public after review.

Share this poem