କବିତା ୨୯
Bookmarks
Page effects
Bookmarks & underlines
Select text to underline it. Saved on this device.
Find a poem
ପ୍ରାସାଦ ସୁଂଦର ଦିଶେ ପର୍ବତ ଶୀର୍ଷରେ,
ମହାରାଜା ଉପଭୋଗ କରଂତି
ଜିଅଂତା ହାତୀଟିଏକୁ
ଗଡ଼ାଇଦେବାର ଦୃଶ୍ୟ
ଉପରୁ ତଳକୁ ପ୍ରକୃତି କୋଳରେ!
ହାତୀର କାରୁଣ୍ୟ
କେବେ ଭାଂଗିଛି କି ପାହାଡ଼ ।
ଶିଖର ଚୂଳରେ ନଅର ଗର୍ଭରେ
ସିଂହାସନକୁ ସୁରକ୍ଷା ଦେଉଥିଲା
କେଉଁ ମଲାରାଜାଂକ ହାଡ଼?
ହଁ, ଯଦି ପାଗଳା ହାତୀମାନେ
ହଠାତ୍ କେବେ ମାତିଉଠଂତି
ପାହାଡ଼ଟାକୁ ଖାଲି ନୁହେଁ,
ସାରା ରାଜ୍ୟକୁ ଧୂଳି କରିଦେବା ପାଇଁ
ସେମାନଂକ ଥୋଡ଼ପାହୁଡ଼ରେ,
ମାନଚିତ୍ରଟାକୁ
ଉଡ଼ାଇ ଦବା ପାଇଁ
ସେମାନଂକ ଖର ନିଃଶ୍ଵାସରେ(!)
ରାଜତଂତ୍ରର ପାକଳ ମଂଜିଟା
ନିଃଶେଷ ହୋଇଯିବ ସେଦିନ
ଭୋକିଲା ମୂଷାମାନଂକର ଦାଂତରେ ।
Page 30
