ସିଂହାସନ

Within the book

Back cover

Poem 27 of 68

କବିତା ୨୭

ନାମ ସିନା ଭିନ୍ନ ଭିନ୍ନ
ଚେତନା ଗୋଟିଏ ।
ଭଲମଂଦ ବିଚାର
କେଉଁଠି ଥାଏ
ଖେଳ ଖେଳିବାରେ?

ହାରିବା ଜିତିବା ଏକାକଥା-
କିଏ କାହାକୁ ବୁଝାଇପାରିଥାଏ?

ସିଂହାସନ ଉପରେ
ହିଟଲର୍ ମୁସୋଲିନି
ଷ୍ଟାଲିନ ଲେନିନ ମାଓ
ଚତୁର୍ଦଶ ଲୁଇ
ବ୍ରିଟିଶ ସାମ୍ରାଜ୍ଞୀ
ଜବାହାର
ଇଂଦିରା
ଅଟଳ ବିହାରୀ,
ଯାହା ପାଳି ପଡ଼ୁ ଯେତେବେଳେ,
ପ୍ରଜାମରଣର ନିରବ କୌଶଳ,
ରକ୍ତ କ୍ଷରଣର ଭୟଂକର ସୂତ୍ର
ବୁଢ଼ିଆଣୀ ଜାଲ ପରି
ଆପେ ବୁଣାହୋଇଯାଏ ।

Page 28

Comments

Comments are unavailable here.

Leave a comment

Comments are public after review.

Share this poem