ସିଂହାସନ

Within the book

Back cover

Poem 28 of 68

କବିତା ୨୮

ପୋଷାକ ପିଂଧାଇ ଦିଅ
ତାଂକ ଲାବଣ୍ୟ ଅଂଗରେ,
ଅଭିଜ୍ଞାନରେ
ଅଭିଜ୍ଞତାର ପାରଦର୍ଶିତାରେ
ବହୁ ରାଷ୍ଟ୍ରୀୟ ନିର୍ମାଣ କୌଶଳରେ
ତିଆରି ହୋଇଛି,
କବଚଟିଏ ପରି ସୁରକ୍ଷାଦେବ
ଧୂଆଁରେ ଧୂମାଳରେ
ଟହଟହ ଜଳୁଥିବା ନିଆଁରେ,
କର୍ଷଣରେ ଧର୍ଷଣରେ
ରମଣରେ ରଣାଂଗନରେ
ଯେ କୌଣସି ଛୁରି ଆଘାତରେ ।

ତା’ପରେ କୋମଳ ପୃଷ୍ଠଦେଶକୁ ତାଂକର
ସଜାଡ଼ି ବସାଇ ଦିଅ ସିଂହାସନରେ,
ଖୋଜିଆଣ
ଗୋଟାଏ ନିରୀହ ଛେଳି ବା ମଣିଷ-ଛାଗଳ
ଖୋଲିରଖ ତା’ର ମସୃଣ ପିଠିକୁ
ଯେଉଁଠାରେ ଆଉ ଗୋଟେ ଛୁରି ଭୁଶିବାକୁ
ଟିକିଏ ବି କଷ୍ଟ ଲାଗିବ ନାହିଁ
ମହାରାଜାଂକ ଦକ୍ଷିଣ ଭୁଜକୁ ।

Page 29

Comments

Comments are unavailable here.

Leave a comment

Comments are public after review.

Share this poem